ହାମର୍ ପୁର୍‌ନା ଗାଙ୍ଗ୍‌ପୁର୍‌ ରାଏଜ୍‌, ପୁରାନ୍‌ ଯୁଗର୍‌ ଦକ୍ଷିଣ କୋଶଳ୍‌ର ଭିତ୍ରେ ଥିଲା ବୋଲିକରି ଇତିହାସ୍‌ କହୁଛେ୤ ରଜା ରାମର୍‌ ସରଗ୍‌ବାସୀ ହେଳା ଉତ୍ତାରୁ ସେ ରାଏଜର୍ ଶାସନ୍‌ ଭାର୍‌ ପୋ କୁଶର୍‌ ଭାଗେ ପଡ୍‌ଲା, ତାହାର୍‌ ରାଜ୍‌ଧାନୀ ଥିଲା ବିନ୍ଧ୍ୟ ପର୍‌ବତ୍‌ର ତଲେ ଥିବା କୁଶିନଗର୍‌୤ ତାହାର୍‌ ପରେ ପରେ ଦକ୍ଷିଣ୍‌ କୋଶଳ୍‌ ପଶ୍‌ଚିମ୍‌ କୋଶଳ୍‌ର କଳିଙ୍ଗ ରାଏଜ୍‌ ସଙ୍ଗେ ମିଶିଗଲା ବଲି ଆଉ ଦକ୍ଷିଣ୍ କୋଶଳ୍‌ ନାଇ ହଇକରି ପଶ୍‌ଚିମ୍-କୋଶଳ୍ ନାଁ ହେଲା ୤ ସେ ସମିୟାର ରାଜ୍‌ଧାନୀ ଥିଲା ମହାନଦୀ ଖଏଁଡ୍‌ର ଶ୍ରୀପୁରା୤ ତାହାର୍ ଉତ୍ତାରୁ ସାରା ଭାରତ ବଛର୍‌ ଯେତେତେତେ ସାନ୍‌ବଡ୍‌ ରାଏଜ୍‌ଥି ଭରିଗଲା୤ ସେ ଭିତ୍‌ରୁ ହାମର୍ ଗାଙ୍ଗ୍‌ପୁର୍‌ ରାଇଜ୍‌ ଗୁଟେ, ଇତାର୍ ମୁଲ୍ ରାଜ୍‌ଧାନୀ ଥିଲା ତାର୍‌ ପଶ୍‌ଚିମ୍‌ ଦିଗେ ଥିବା ମଶାବିରା୤ ଇ ମଶାବିରା ନେ ସର୍ଗିପାଲିର୍‌ ମାଝୀ ଜମିଦାର୍ ଶେଖର୍ ବଂଶର୍‌ ପହେଲା ରଜା ଶ୍ରୀ ଗଙ୍ଗାଧର୍ ଶେଖର୍‌ ଦେଓ କେ ଲୁକେଇ କରି ରଖିଥିଲା ଆଉ ତାହାକେ ପଛେ ରଜା କରିଥିବାର୍‌ ପ୍ରମାଣ ସବୁ ଅଛେ୤ ଇହାଦେ ମଶାବିରା ହେମ୍‌ଗିର୍‌ ବଲକ୍‌ ଅଧିନ୍‌ ଥି ଅଛେ୤ ଇତାର୍‌ ପରେ ଇ ଶେଖର୍ ବଂଶର୍‌ ଦୁଇ ନମ୍ବର୍‌ ରାଜ୍‌ଧାନୀ ଇବ୍ ନଏଦ୍‌ ଖଏଣ୍‌କେ ଉଠିଆସ୍‌ଲା୤ ତାହାର୍ ନାଁ ହେଲା, ଗଙ୍ଗାଧର୍ ପୁର୍‌ଗଡ୍‌୤ ସେ ସମିୟାର୍‌ ରଜା ଗଙ୍ଗାଧର୍‌ ଶେଖର୍‌ ଦେଓଙ୍କର୍‌ ନାଁ ଅନୁସାରେ ରାଏଜର୍‌ ନାଁ ଭି ଗାଙ୍ଗ୍‌ପୁର୍‌ ହେଲା ଆଉ ରାଜଧାନୀର ନାଁ ଭି ହେଲା ଗାଙ୍ଗ୍‌ପୁର୍‌ଗଡ୍‌୤ ଏଭେ ଇଟା ସବ୍‌ଡ଼େଗା ବଲକ୍‌ଥି ଅଛେ୤ ଇତାର୍‌ ପରେ କିଛି କାରଣ୍‌ ନେଇକରି ଶେଖର୍‌ ବଂଶର୍‌ ବାର ନମ୍ବର୍‌ ରଜା ଇନ୍ଦ୍ର ଶେଖର୍‌ ଦେଓ ଗାଙ୍ଗ୍‌ପୁର୍‌ ଗଡ୍‌ନୁ ରାଜ୍‌ଧାନୀ ଉଠେଇ ନେଇକରି ନାଗ୍ରା ଜମିଦାରୀର୍‌ ରାଏବ୍‌ଗାଗଡ୍‌ କେ ନେଲେ ୤ ତାଙ୍କର୍‌ ପରେ ତାଙ୍କର୍ ପୋ ପର୍ଶୁରାମ୍‌ ଶେଖର୍ ଦେଓ ତାଙ୍କର୍ ରାଜ୍‌ଧାନୀ ରାଜ୍‌ଗାଙ୍ଗ୍‌ପୁର୍‌ ପାଖେ ନବରଙ୍ଗ୍‌ପୁର୍‌ (ଲଙ୍ଗଗଡ୍‌ ଯାହାକି ଆଝିର୍‌ ଲାଇଙ୍ଗ୍‌ ଅଟେ) କେ ଉଠେଇ ଆନ୍‌ଲେ୤ କୋପ୍‌ସିଂହା ଗାଁନେ ସର୍ଗିପାଲି ଜମିଦାର୍‌ ପ୍ରତାପ୍‌ ମାଝୀର୍‌ ମରନ୍‌ ପରେ ଜଗଦେବ୍‌ ଶେଖର୍‌ ଦେଓ ତାଙ୍କର୍‌ ରାଜ୍‌ଧାନୀ ଇବ୍‌ ନଏଦ୍‌ ଖଣିର୍‌ ଜଗତ୍‌ଗଡ୍‌ କେ ଉଠେଇ ଆନ୍‌ଲେ୤ ଇହାଦେ ଜଗତ୍‌ଗଡ୍‌ ସବ୍‌ଡ଼େଗା ବଲକ୍‌ ଭିତ୍ରେ ସୁନ୍ଦର୍‌ଗଡ୍‌ ସହର୍‌ନୁ ଛଅ କି.ମି. ଦୂରେ ପୂରୁବ୍‌କେ ଇବ୍‌ ନଏଦ୍‌ ଖଣିଥି ଅଛେ୤ ଏବେ ବି ରଜା ଘରର୍‌ ଇଷ୍ଟ ଦେବୀ ମାଁ ସମଲାଇ ଇଠାନେ ପୂଜା ପାଉଛଁନ୍‌୤ ରଜାର୍‌ ଖମାର୍‌ ବି ଇଠାନେ ଅଛେ୤ ଜମିନ୍‌ ଭି ଅଛେ୤ ଗାଁ ଲୋକେ ଚାଷ୍‌ କରି କରି ଭାଗ ଚାଷ୍‌ ଦେଉଛଁନ୍‌୤ ଲୋକ୍‌ମାନେ କହେସଁନ୍‌ ଯେ, ରଜା ବହୁତ୍‌ ଚେଷ୍ଟା କରି କରି ଭି ସମଲାଇ ମାଁକେ ଇଠାନୁ ଉଠାଇ ନାଇଁ ପାର୍‌ଲା୤ ରଜା ଜଗ୍‌ଦେବ୍‌ ଶେଖର୍‌ ଦେଓ ଅପୁତ୍ରିକ୍‌ ଥିଲେ୤ ସେଥିର୍‌ଲାଗି ତାର୍‌ ଉତ୍ତାରୁ ତାହାଁକର୍‌ ଜଣେ ସମ୍ପର୍କର୍‌ ଭାଇ ଚନ୍ଦ୍ରଭାନୁ ଶେଖର୍‌ ଦେଓ ରଜା ହେଲେ୤ ସେ ତିନ୍‌ଟା ରାନୀ ରଖିଥିଲେ୤ ତାହାଁକର୍‌ ଦୁଇ ନମ୍ବର୍‌ ରାନୀ ବହୁତ୍‌ ସୁନ୍ଦ୍‌ରୀ ଥିଲେ୤ ସେ ବଣାଇର୍‌ ରଜାର୍‌ ଝି ଥିଲେ୤ ଚନ୍ଦ୍ରଭାନୁ ରଜାର୍‌ ପରେ ବିର୍‌ବିରାର୍‌ ଜନାର୍ଦ୍ଦନ ଶେଖର୍‌ ଦେଓ ରଜା ହେଲେ ଆଉ, ରାଜ୍‌ଧାନୀ ଇବ୍‌ ନଦୀ ଖଏଣ୍‌ର ଶୁଆଡ଼ିହି କେ ଉଠେଇ ଆନ୍‌ଲେ୤ ଇଟା ଗାଙ୍ଗ୍‌ପୁର୍‌ ରଜାର୍‌ ଶେଷ୍‌ ରାଜ୍‌ଧାନୀ ଥିଲା ବଲି ସଭେ କହେସଁନ୍‌୤ ରଜାର୍‌ ଉଆସ୍‌ ପାଖେ ଗୁର୍‌ଦେ ଶୁଆ (ରୂପ) ଘରା କରି ରହୁଥିଲେ ବଲି, ଇତର୍‌ ନାଁ ଶୁଆଡିହି ରଖାଯାଇଥିଲା ପରେ୤
ଶେଖର୍‌ ବଂଶର୍‌ ଅଠର ନମ୍ବର୍‌ ରଜା ଜନାର୍ଦ୍ଦନ୍‌ ଶେଖର୍‌ ଦେଓର ପୋ-ନାତି ଶ୍ରୀମାନ୍‌ ରଘୁନାଥ୍‌ ଶେଖର୍‌ ଦେଓ ରଜା ହେଲେ୤ ସେ ଅଥଲ୍‌ ପରିଶ୍ରମ୍‌ କରି, ଖର୍‌ଚା କରି ଶୁଆଡ଼ିହିର କେତ୍‌ନି କେତେ ଉନ୍ନତି କରିଥିଲେ୤ ଇଂରେଜ୍‌ ସର୍‌କାର୍‌ର ଆଦେଶ୍‌ଥି ଗାଙ୍ଗ୍‌ପୁର୍‌ ରାଏଜର୍‌ ଛୋଟ୍‌ ନାଗ୍‌ପୁର୍‌ କମିଶନର୍‌ ଅଧିନ୍‌ନୁ ଓଡ଼ିଶା-କମିଶନର୍‌ ଅଧିନ୍‌ କେ ଆସ୍‌ବାର୍‌ ଉତ୍ତାରୁ ଶୁଆଡ଼ିହିର୍‌ ବହୁତ୍‌ ଉନ୍ନତି ହେଇଥିଲା୤ ଏଡ଼େ ବଡ୍‌ ଉଆସ୍‌ ଥି ଏଭେ ଭି ରଜାଘରେ ରହୁଛନ୍‌୤ କଚ୍‌ରୀର୍‌ ଲାଲ୍‌ଘର୍‌, ଜେଲ୍‌ଘର୍‌, ଡାକ୍ତର୍‌ଖାନା ଏଭେ ଭି କାମ ଲାଏକ୍‌ ରହିଛେ୤ ସହର୍‌ ଭିତ୍‌ରେ ରଜା ଉଆସ୍‌ ପାଖାପାଖି ବଢ଼େ ଜବର୍‌ ବନ୍ଧ୍‌ ଦୁଇଟା ରହିଛେ୤ ରଜା ଅମଲ୍‌ଥି ସହର୍‌କେ ବିଜ୍‌ଲି ଯୁଗେଇ ଦିଆ ହେଉଥିଲା୤ ଗୁଟେ ବନ୍ଧ୍‌ପାଖେ ବିଜ୍‌ଲିଘର୍‌ ଥିଲାବଲି କରି ଏଭେ ଭି ତାକେ ବିଜ୍‌ଲି ବନ୍ଧ୍‌ କହୁଛଁନ୍‌୤ ମୋଟାମୁଟି କହେବାର୍‌କେ ଗଲେ ଇ ଶୁଆଡ଼ିହି ସବୁ ରକମ୍‌ର ଉନ୍ନତି କର୍‌ବାର୍‌ ଲାଗି ରଜା ଶ୍ରୀ ରଘୁନାଥ୍‌ ଶେଖର୍‌ ଦେଓ ମନ୍‌, ଧନ୍‌, ତନ୍‌ ସବୁକେ ପାଏନ୍‌ ଛଡ଼େଇ ଦେଇଥିଲେ୤ ତାହାଁକର୍‌ ରାଏଜ୍‌ ଆଉର୍‌ ଗଡ୍‌କେ ଅଏନ୍‌ ସୁନ୍ଦର୍‌ ବନେଇଥିଲେ ବଲି ତାର୍‌ ନାଁଟା ଶୁଆଡ଼ିହିନୁ ବଦ୍‌ଲାଇ କରି ସୁନ୍ଦର୍‌ଗଡ୍‌ ଦେଇଥିଲେ ବଲି ଇତିହାସ୍‌ କହେସି୤ ତାଁକର୍‌ ଇସବୁ ମହତ୍‌ କାମ୍‌ ଲାଗି ସେ ଗୁରା ସର୍‌କାର୍‌ ଠାନୁ ମହାରାଜା ଉପାଧି ପାଇଥିଲେ ବଲି କହେଁସନ୍‌୤
ଭାରତ୍‌ ସ୍ବାଧୀନ୍‌ ହେଲା ଉତ୍ତାରୁ ଗାଙ୍ଗ୍‌ପୁର୍‌ ରାଏଜର୍‌ ଇଲାକାଟା ଜହ ନାଇଥାଇ୤ ସେଥିର୍‌ ଲାଗି ଇତାର୍‌ ପୂର୍‌ବେ ଥିବା ଆଉ ଗୁଟେ ଛୁଟିଆ ରାଏଜ୍‌ ବଣାଇକେ ତା.୧.୧.୧୯୪୮ ମ: ମିଶାଇ ଦେଇକରି ରାଜ୍‌ଧାନୀର୍‌ ନାଥି ଇତାର୍‌ ନାଁ ଦିଆଗଲା, ସୁନ୍ଦର୍‌ଗଡ୍‌ ଜିଲ୍ଲା୤ ତାର୍‌ ସଙ୍ଗେ ବଣାଇ, ଗାଙ୍ଗ୍‌ପୁର୍‌ ନାଁଟା ରସାତଲ୍‌କେ ପଲେଇ ଯାଇଛେ୤ ଇହାଦେ ବଣାଁଇ ଗୁଟେ ସବ୍‌ଡ଼ିଭିଜନ୍‌ ହୋଇ ରହିଛେ୤
ଆଗର୍‌ ଇ ଗାଙ୍ଗ୍‌ପୁର୍‌ ରାଏଜ୍‌ ଦାମିକା ଖଣିଜ୍‌ ସମ୍ପଦ୍‌ ଥି ଭର୍‌ପୁର୍‌ ଥିଲା୤ ଇହାଦେ ବି ଚୂନ୍‌ପଥର୍‌, ଲୁହା, ତମ୍ବା ପଥର୍‌, ଦସ୍ତା ପଥର୍‌, କୁଇଲାର୍‌ ଲାଗି ଭାରତ୍‌ କାଏଁ ପୁର୍‌ଥିବି ବିଖ୍ୟାତ୍‌ ଅଛେ୤
ମହାରାଜା ରଘୁନାଥ୍‌ ଶେଖର୍‌ ଦେଓଙ୍କର୍‌ ଗୁଟେ ବଲି ପୋ୤ ନାଁ ଥିଲା ବୀର୍‌କିଶୋର୍‌ ମୋହନ୍‌ ଶେଖର୍‌ ଦେଓ୤ ଦିନେ ସେ ହାଥୀ ଉପ୍‌ରେ ବସିକରି ଚଁପା ଚଢ଼େଇ ଧର୍‌ବାର୍‌ ଲାଗି ରତନ୍‌ପୁର୍‌ ଜଙ୍ଗଲ୍‌କେ ଯାଇଥିଲେ ଆଉ କେନ୍‌ତା କରି ହାଥୀ ଉପ୍‌ରୁ ପଡ଼ିକରି ମରିଗଲେ୤ ତହାର୍‌ ଉତ୍ତାରୁ ରଘୁନାଥ୍‌ଙ୍କ ନାତି ଭବାନୀ ଶଙ୍କର୍‌ ଶେଖର୍‌ ଦେଓ ରଜା ହେଲେ୤ ତାଁକେ ରୋଗ୍‌ ଲାଗି ରହେବାରୁ ସେ ୩୨ ବରଷ୍‌ଥି ତା.୫.୫.୧୯୩୦ ମ: ମରିଗଲେ୤ ତାହାଁକର୍‌ ଦୁଇଟା ପୋ, ଟିକାୟତ୍‌ ବୀରମିତ୍ର ଓ ପଟ୍ଟାୟତ୍‌ ଉଦିତ୍‌ ପ୍ରତାପ୍‌ ଶେଖର୍‌ ଦେଓ, ବୁଆ ଭବାନୀ ଶଙ୍କର୍‌ ମର୍‌ଲା ବେଳେ ଇମାନେ ନାବାଲକ୍‌ ଥିଲେ୤ ସେଥିର୍‌ ଲାଗି ବିଧ୍‌ବା ରାନୀ ଜାନ୍‌କୀ ରତ୍ନ ୟାମାର୍ଜି (Regent) ହିସାବେ ଶାସନ୍‌ ଚଲାଲେ୤ ଥରେ ଟିକାୟତ୍‌ ଶ୍ରୀ ବୀରମିତ୍ର ଶେଖର୍‌ ଦେଓ ମାଆର୍‌ ସଙ୍ଗେ ଲଣ୍ଡନ୍‌ ଯାଇଥିଲେ୤ ଦୁଃଖର୍‌ କଥା ସେନେ ସେ କେନ୍‌ସି କାରଣ୍‌ ଥି ମରିଗଲେ୤ ସେ ସମିୟାଥି ଶ୍ରୀ ଉଦିତ୍‌ ପ୍ରତାପ୍‌ ଶେଖର୍‌ ଦେଓ ଭି ନାବାଲକ୍‌ ଥିଲେ୤ ସେଥିର୍‌ ଲାଗି ଫେର୍‌ ଜାନ୍‌କୀ ରତ୍ନ ରିଜେଣ୍ଟ ହିସାବେ ରାଏଜର୍‌ ଶାସନ୍‌ ଭାର୍‌ ବୁହିଲେ, ତାର୍‌ ଚାଏର୍‌ ବଛର୍‌ ଉତ୍ତାରେ ପଟ୍ଟାୟତ୍‌ ଉଦିତ୍‌ ପ୍ରତାପ୍‌ ସାବାଲକ୍‌ ହେଲେ୤ ତା.୨୭.୧୧.୧୯୪୪ ମ: ଦିନ ସର୍ଗିପାଲି ଜମିଦାର୍‌ ଦ୍ବାରା ଅଭିଷିକ୍ତ ହଇ ଗାଦି ଥି ବସ୍‌ଲେ୤ ବୀର୍‌ ଉଦିତ୍‌ ପ୍ରତାପ୍‌ ଶେଖର୍‌ ଦେଓ ଖାଲି ଚାଏର୍‌ ବଛର୍‌ ଶାସନ୍‌ କରିଥିଲେ୤ ସେ ଉତ୍ତାରୁ ତା.୧୫.୮.୧୯୪୭ ମ: ଥି ଭାରତ୍‌ ସ୍ବାଧୀନ୍‌ ହେଲା୤ ସବୁ ଗଡ଼ଜାତ୍‌ ରାଇଜ୍‌ ସେ ବଛର୍‌ ଡିସେମ୍ବର୍‌ ମାସେ ଜାତୀୟ ସର୍‌କାର୍‌ ସଙ୍ଗେ ମିଶିଗଲା୤ ଗଡ଼ଜାତ୍‌ ଶାସନ୍‌ ଯାଇକରି ଗଣତନ୍ତ୍ର ଶାସନ୍‌ ଚାଲ୍‌ଲା୤
ଏଭର୍‌ ଉଦିତ୍‌ ନଗର୍‌, ରଘୁନାଥପଲ୍ଲୀ, ବୀରମିତ୍ରପୁର, ଭବାନୀ ଶଙ୍କର୍‌ ହାଇସ୍କୁଲ୍‌, ରାଣୀ ଜାନ୍‌କୀ ବାଳିକା ବିଦ୍ୟାଳୟ, ବୀରମିତ୍ର କ୍ଲବ୍‌, ରିଜେଣ୍ଟ ମାର୍କେଟ ସବୁ ଶେଖର୍‌ ବଂଶର୍‌ ରଜା, ରାନୀ ମାନକଁର୍‌ ନାଁ ଥି ନାଁ ଦିଆଯାଇଛେ୤ ରଜା ଉଦିତ୍‌ ପ୍ରତାପ୍‌ ଶେଖର୍‌ ଦେଓ ବିଧାୟକ୍‌ ମଧ୍ୟ ଥିଲେ୤ ସେ ତା.୨୮.୧୧.୧୯୬୭ ମ: ଥି ୱାଲ୍‌ଟିଅର୍‌ ଠାନେ ମରିଗଲେ, ତାଁକର୍‌ ମୁର୍ଦାର୍‌ ଉଡ଼ାଜାହାଜ୍‌ଥି ସୁନ୍ଦର୍‌ଗଡ୍‌କେ ଆସିଥିଲା୤ ଶ୍ରୀ ଉଦିତ୍‌ ପ୍ରତାପ୍‌ଙ୍କର୍‌ ଦୁଇଟା ପୋ୤ ବଡ୍‌ ପୋ ଶ୍ରୀ ବିରେନ୍ଦ୍ର ପ୍ରତାପ୍‌ ଶେଖର୍‌ ଦେଓ ଓ ସାନ୍‌ ପୋ ଶ୍ରୀ ଭରତେନ୍ଦ୍ର ଶେଖର୍‌ ଦେଓ୤ ଭରତେନ୍ଦ୍ର ଦୁଇଥର୍‌ ସଦର୍‌ ସୁନ୍ଦର୍‌ଗଡ୍‌ର ବିଧାୟକ୍‌ ଥିଲେ୤ ସେ ଏବେ ମରିଗଲେନ୤ ତାଁକର୍‌ ପରେ ବଡ଼ ଭାଇ ବିରେନ୍ଦ୍ର ଭି ମରିଗଲେନ୤ କିନ୍ତୁ ଭରତେନ୍ଦ୍ରଙ୍କ ସ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଶେଖର୍‌ ଦେଓ ଇହାଦେ ଭି ଅଛଁନ୍‌୤ ତାଁକର୍‌ ଗୁଟେ ପୋ ଓ ଗୁଟେ ଝି ଅଛଁନ୍‌୤ ରାନୀ ପଦ୍ମିନୀ ସୁନ୍ଦର୍‌ଗଡ୍‌ ମ୍ୟୁନ୍‌ସିପାଲ୍‌ଟି ଚେୟାର୍‌ମେନ୍‌ ଭି ଥିଲେ୤ ଏଭେ ସେ ରାଜନୀତିରେ ଅଛଁନ୍‌୤